You are here
Home > Breaking News > ମଦ ଦୋକାନକୁ ବିରୋଧ କରି ଧାରଣାରେ ବସିଲେ ଶତାଧିକ ମହିଳା

ମଦ ଦୋକାନକୁ ବିରୋଧ କରି ଧାରଣାରେ ବସିଲେ ଶତାଧିକ ମହିଳା

କେନ୍ଦ୍ରାପଡା : ଘର ପରିବାରକୁ ବର୍ବବାଦ କରି ଦେଉଥିବା ମଦକୁ ବିରୋଧ କରି ପୁଣି ଥରେ ତାତିଛନ୍ତି ମହିଳାମାନେ । କେନ୍ଦ୍ରାପଡ଼ାରେ ଶତାଧିକ ମହିଳା ଓହ୍ଲାଇଛନ୍ତି ରାଜ ରାସ୍ତାକୁ । ମାର୍ଶାଘାଇ ଅଙ୍ଗୁଳାଇରେ ମହିଳାମାନେ ମଦ ଦୋକାନ ଉଚ୍ଛେଦ କରିବାକୁ ଦାବି କରି କେନ୍ଦ୍ରାପଡ଼ା-ଓରତ ରାସ୍ତାକୁ ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ ଅଙ୍ଗୁଳାଇରେ ଦୁଇଟି ଦେଶୀ ଓ ବିଦେଶୀ ମଦ ଦୋକାନ ରହିଛି । ନିକଟରେ ସ୍କୁଲ, କଲେଜ, ମନ୍ଦିର ଓ ପଞ୍ଚାୟତ କାର୍ଯ୍ୟାଳୟ ରହିଛି । ମଦ ଦୋକାନକୁ ଯୋଗୁଁ ଛାତ୍ରଛାତ୍ରୀ ଓ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏ ନେଇ ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆଜି ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଙ୍ଗୁଳାଇ ପଞ୍ଚାୟତରୁ ମଦ ଦୋକାନକୁ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ସରପଞ୍ଚ ଦୂର୍ଗାବତୀ ପ୍ରଧାନଙ୍କ ସମେତ ୨୦୦ରୁ ଅଧିକ ମହିଳା ଦାବି କରିଛନ୍ତି । ମହିଳାମାନେ ମଙ୍ଗୁଳେଇ ଛକ ନିକଟରେ ରାସ୍ତା ଉପରେ ଧାରଣା ଦେଇଛନ୍ତି । ଫଳରେ ରାସ୍ତା ଉପରେ ଯାତାୟତ ସଂପୂର୍ଣ୍ଣଭାବେ ଠପ୍‌ ହୋଇଯାଇଛି । କେତେକ ମହିଳାମାନେ ମଦ ଦୋକାନ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କର୍ମୀ ଅଟକାଇଥିଲେ । କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ଆନ୍ଦୋଳନ ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେୟାର କରନ୍ତୁ:-

Leave a Reply

Top