ରାଜଧାନୀରେ ବସିଥିବା ନେତାଙ୍କୁ ମିଳିବନି ଟିକେଟ୍ : ନିରଞ୍ଜନ

ଭୁବନେଶ୍ଵର : ଆସନ୍ତା ସାଧାରଣ ନିର୍ବାଚନକୁ ନଜରରେ ରଖି ରାଜ୍ୟ କଂଗ୍ରେସ ଆଙ୍କିଛି ନକ୍ସା । କେଉଁ ରାସ୍ତା ଦେଇ ଏବଂ କିପରି ଗଲେ ବିଜୟର ମୁକୁଟ ପିନ୍ଧି ପାରିବ ଦଳ ସେ ନେଇ ଆଜି ପ୍ରସ୍ତୁତ କରିଛି ରଣନୀତି । ଏହା ସହିତ ଯେଉଁ ନେତା ରାଜଧାନୀରେ ବସିଛନ୍ତି ସେମାନଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ୍ ମିଳିବନି ବୋଲି ରାଜ୍ୟ ମୁଖିଆ ନିରଞ୍ଜନ ରୋକ ଠୋକ୍‌ କହିଛନ୍ତି। ସେହିପରି ସମସ୍ତ ଜିଲ୍ଲାପରିଷଦ ଜୋନ୍‌କୁ ବ୍ଲକ୍‌ ଭାବେ କରି ସଭାପତି ନିଯୁକ୍ତ କରିବ ଦଳ । ଆଜି ଦଳୀୟ କାର୍ୟ୍ୟାଳୟରେ ବସିଥିବା ପ୍ରଥମ ପର୍ୟ୍ୟାୟ ସମୀକ୍ଷା ବୈଠକରେ ମାନସମନ୍ଥନ ପରେ ଏହି ନିଷ୍କର୍ଷ ବାହାରିଛି ।

ରାଜ୍ୟ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧିନରେ ଥିବା ଦକ୍ଷିଣ ଓଡ଼ିଶାର ୧୧ଟି ସାଂଗଠନିକ ଜିଲ୍ଲାର ସଭାପତି ଓ କାର୍ୟ୍ୟକାରୀ ସଭାପତିଙ୍କ ସହିତ ଆଲୋଚନା କରିଛନ୍ତି ପିସିସି ମୁଖିଆ । କେବଳ କୋରାପୁଟ ଏଥିରେ ଭାଗ ନେଇ ନ ଥିଲା । ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ କଂଗ୍ରେସ ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନକୁ ବ୍ଲକ ଭାବେ ବିବେଚନା କରିବ ଏବଂ ପ୍ରତି ଜିଲ୍ଲା ପରିଷଦ ଜୋନ୍‌ରେ ଜଣେ ଲେଖାଏଁ ସଭାପତି ନିଯୁକ୍ତ ହେବେ । ଏହି ନିଯୁକ୍ତି ପ୍ରକ୍ରିୟା ଜୁନ୍‌ ମାସ ଶେଷ ସୁଦ୍ଧା ସଂପନ୍ନ ହେବ । ଜୁଲାଇ ୧୦ ତାରିଖ ସୁଦ୍ଧା ବୁଥ କମିଟି ଗଠନ ପ୍ରକ୍ରିୟା ଶେଷ ହେବ । ପ୍ରତ୍ୟେକ ୧୫ ଦିନରେ ଥରେ ଜିଲ୍ଲା ପରିଷଦ ଜୋନ୍‌ରେ ବସିବ ବୈଠକ ଏବଂ ଦଳର ମୁଖିଆଙ୍କୁ ରିପୋର୍ଟ ଦେବେ । ଏ ନେଇ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି । ସେହିପରି ଦଳରେ କିଛି ନେତା ଅସ୍ତନୋଷ ରହିଛନ୍ତି । କୋରାପୁଟ ସହିତ ଅନ୍ୟ ୩/୪ଟି ଜିଲ୍ଲାରେ ଆଭ୍ୟନ୍ତରୀଣ କନ୍ଦଳ ଥିବା ଶ୍ରୀ ମାଝୀ ସ୍ୱୀକାର କରିଛନ୍ତି ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *