You are here
Home > Breaking News > ଲଞ୍ଚ ହେବ ଉଡନ୍ତା ଟ୍ୟାକ୍ସି

ଲଞ୍ଚ ହେବ ଉଡନ୍ତା ଟ୍ୟାକ୍ସି

ନୂଆଦିଲ୍ଲୀ : ଏଣିକି ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିଳମ୍ବ ହେବ ନାହିଁ । ଅାକାଶ ମାର୍ଗ ଦେଇ ଲକ୍ଷସ୍ଥଳରେ ଅାପଣଙ୍କୁ ପହଞ୍ଚାଇବ ଟ୍ୟାକ୍ସି  । କାରଣ ଅାଉ ମାତ୍ର ଦୁଇ ବର୍ଷ ମଧ୍ୟରେ ଅାସିବ ଉଡନ୍ତା ଟ୍ୟାକ୍ସି  ।  ଆମେରିକାରେ ଉଡନ୍ତା ଟାକ୍ସିର ପ୍ରଚଳନ କରିବା ପାଇଁ କ୍ୟାବ୍ ସେବା ପ୍ରଦାନ କରୁଥିବା କମ୍ପାନୀ ଉବର ଏବଂ ଅନ୍ତରୀକ୍ଷ ଏଜେନ୍ସୀ ନାସା ଏନେଇ ଏକତ୍ର କାମ କରିବେ । ମଙ୍ଗଳବାର  ନାସା କହିଛି ଏହାର ଉଡାଣକୁ ନେଇ ପରୀକ୍ଷା କରାଯିବ । ଏହାକୁ ପରିବହନ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯିବ ।

ସୂଚନା ଅନୁଯାୟୀ ଆଗାମୀ ୨ବର୍ଷ ମଧ୍ୟରେ ଏହାର ଟେକ୍ଅଫ ଏବଂ ଲ୍ୟାଣ୍ଡିଂ ସେବା ଯୋଗାଇଦିଆଯିବ । ନାସା କହିଛି ରାଇଡ୍ ଶେୟାର କରିବା ସହିତ ଏକ ଛୋଟ ବିମାନରେ ଯାତ୍ରାର ସୁବିଧା ଯୋଗାଇଦେବ । ଏହାର ବୁକିଂ କରିବା ମଧ୍ୟ ସେତିକି ସହଜ ଯେତିକି ଆପଣ ଗୋଟେ କାର୍ ବା ଟ୍ୟାକ୍ସି  ବୁକ୍ କରିବା ପାଇଁ କରନ୍ତି । ଅନ୍ୟପକ୍ଷରେ ଉବର ଏଭିଏସନ ପୋଗ୍ରାମର ମୁଖ୍ୟ ଏରିକ ଏଲିସନଙ୍କ କହିଛନ୍ତି ଯେ ଉଡନ୍ତା ବିମାନର ଭଡା କିଲୋମିଟର ପିଛା ୨୫୬ଟଙ୍କା ରଖାଯିବ । ତେବେ ରାଇଡ ଶେୟାର ବଢିଲେ କିଲୋମିଟର ପିଛା ୬୭ ଟଙ୍କା ପର୍ଯ୍ୟନ୍ତ କମିପାରେ ।

ସେୟାର କରନ୍ତୁ:-

Leave a Reply

Top