You are here
Home > Breaking News > ଲିଜଧାରିଣୀଙ୍କ ଦାଦାଗିରି, ଆତଙ୍କିତ ଗ୍ରାମବାସୀ

ଲିଜଧାରିଣୀଙ୍କ ଦାଦାଗିରି, ଆତଙ୍କିତ ଗ୍ରାମବାସୀ

ହିଞ୍ଜିଳୀକାଟୁ : ରାଜ୍ୟ ସରକାର ଲଘୁଜାତ ଖଣିଜ ଦ୍ରବ୍ୟର ଉତ୍ତୋଳନ ନିମନ୍ତେ ସତର୍କତା ଓ ସୁରକ୍ଷା ପାଇଁ ଲିଜଧାରୀମାନଙ୍କୁ ସ୍ପଷ୍ଟ ଓ କଡାକଡି ନିର୍ଦେଶାବଳି ଜାରି କରିଥିଲେ ସୁଦ୍ଧା ବହୁ ସମୟରେ ଏହାର ଖୋଲାଖୋଲି ଉଲଂଘନ କରାଯାଉଛି । ପଥର ଖଦାନ ନିକଟସ୍ଥ ଗ୍ରାମାଞ୍ଚଳ ଲୋକଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ପ୍ରଥମିକତା ଦେଉଥିଲେ ମଧ୍ୟ ନିଲାମଧାରୀ ସରକାରୀ ନୀତି ନିୟମକୁ ଆଖିମାରି ନିଜ କାର୍ଯ୍ୟ ସୁରୁଖୁରୁରେ କରିଚାଲିଛନ୍ତି । ଏଥିସହିତ ସରକାରୀ ଅଧିକାରୀଙ୍କୁ ଅନ୍ଧାରରେ ରଖି ଗ୍ରାମବାସୀଙ୍କ ପ୍ରତି ଭୟ ଓ ଆତଙ୍କର ବାତାବରଣ ସୃଷ୍ଟିକରୁଥିବା ଦେଖାଯାଇଛି ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳୀ ବ୍ଲକ ଶାସନ ଆମ୍ବଗାଁ ପଞ୍ଚାୟତର ବାଦିଆଆମ୍ବଗାଁରେ ଦେଖିବାକୁ ମିଳିଛି । ବୁଧବାର ମଧ୍ୟାନ୍ନରେ କମ୍ପ୍ରେସର ଦ୍ଵାରା ପଥରଫୁଟା କାର୍ଯ୍ୟ ଚାଲିଥିବା ବେଳେ ବିସ୍ଫୋରଣ ଘଟି ନିକଟସ୍ଥ ଗ୍ରାମରେ ବ୍ୟାପକ ଭାବେ କ୍ଷତି ଘଟାଇଛି । ଖବର ମୁତାବକ ଗ୍ରାମର କେଇ ମିଟର ଦୂରରେ ଏହି ପଥର ଖଦାନ ଅବସ୍ଥିତ । ଏହି ପଥର ଖଦାନକୁ ଲିଜ ଧାରିଣୀ ମିତା ପଣ୍ଡା ୨୦୧୭-୨୦୨୧ପର୍ଯ୍ୟନ୍ତ ଲିଜ ନେଇଥିଲେ ହେଁ ସମସ୍ତ ସରକରୀ ନୀତି ନିୟମକୁ ଉଲଂଘନ କରି ନିଜ ସୁବିଧା ଓ ଇଚ୍ଛା ଅନୁଯାୟୀ ଡିନାମାଇଟି ବିସ୍ଫୋରୋକ ଦ୍ରବ୍ୟର ବ୍ୟବହାର କରି ଏଭଳି କାଣ୍ଡ ଭିଆଉଛନ୍ତି । ଏନେଇ ଗ୍ରାମବାସୀବୃନ୍ଦ ଅଭିଯୋଗ କରିବାରୁ ଲିଜଧାରିଣୀଙ୍କ ପୋଷା ଗୁଣ୍ଡା ସେମାନଙ୍କୁ ଧମକ ଦେଇଛିନ୍ତି । ସେପଟେ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଆମ ସମସ୍ୟାର ସମାଧାନ ନହୁଏ ତେବେ ଆମେ ସମସ୍ତେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ।

ସେୟାର କରନ୍ତୁ:-

Leave a Reply

Top