“ସବୁଦିନ ସ୍କୁଲ, “ଉପସ୍ଥାନ -୨୦୧୮ ଅଭିଯାନ”ର ଶୁଭାରମ୍ଭ

ଭୁବନେଶ୍ଵର : କୌଣସି ବ୍ୟକ୍ତିର ବିକାଶରେ ବିଦ୍ୟାଳୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପିଲାମାନେ ଯେପରି ସବୁଦିନ ବିଦ୍ୟାଳୟକୁ ଆସିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ସବୁଦିନ ସ୍କୁଲ, “ଉପସ୍ଥାନ -୨୦୧୮ ଅଭିଯାନ”ର ଶୁଭାରମ୍ଭ କରିଛନ୍ତି । ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସକ୍ଷିଂପ୍ତ ଉତ୍ସବ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହାସହ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ ପଞ୍ଚାୟତକୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କର ନିୟମିତ ଉପସ୍ଥାନକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସେହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପଞ୍ଚାୟତସ୍ତରର ନିର୍ବାଚିତ ପ୍ରତିନିଧି ମାନଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଏଥିସହିତ ବିଭିନ୍ନ ଗଣମାଧ୍ୟମ ଓ ପ୍ରଚାର ପୁସ୍ତିକା ଜରିଆରେ ସଚେତନତା ସୃଷ୍ଟି କରାଯିବ। ଏହି କାର୍ୟ୍ୟକ୍ରମରେ ସ୍କୁଲ ଓ ଗଣାଶିକ୍ଷା ମନ୍ତ୍ରୀ ଶ୍ରୀ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉନ୍ନୟନ କମିଶନର, ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚବ,ୟୁନିସେଫର ପ୍ରତିନିଧି ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *