“ସମବାୟ ଆପଣଙ୍କ ଦ୍ଵାରରେ” ରଥର ଶୁଭାରମ୍ଭ

ହିଞ୍ଜିଳୀକାଟୁ : ଓଡିଶା ରାଜ୍ୟ କୃଷି ବିପଣନ ପରିଷଦ ଓ ସମବାୟ ବିରାଶର ମିଳିତ ସହଯୋଗରେ ଚାଷୀ ପ୍ରକ୍ରିୟାକାରୀ ଓ ଖାଉଟିଙ୍କ ଲାଭବାନ ନିମନ୍ତେ “ସମବାୟ ଆପଣଙ୍କ ଦ୍ଵାରରେ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳୀକାଟୁ ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ବୁଧବାର “ସମବାୟ ଆପଣଙ୍କ ଦ୍ଵାରରେ” ଛତ୍ରପୁର ସବଡିଭିଜନ ବ୍ୟାପୀ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ସମ୍ପାଦକ ରେବତୀ ମୋହନ ରାଉତଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ଉପସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ଓ ବିଡିଓ ପ୍ରସନ୍ନ ପାତ୍ର ମିଳିତ ଭାବେ ପତାକା ପ୍ରଦର୍ଶନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ ନଡିଆ ଭାଙ୍ଗି ପୂଜାର୍ଚନା କରିଥିଲେ ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *