ସ୍କୁଲ ସମୟରେ ପରିସର ବାହାରକୁ ଯାଇପାରିବେନି ଛାତ୍ରଛାତ୍ରୀ

ଭୁବନେଶ୍ଵର : ଏଣିକି ସ୍କୁଲ ଚାଲୁଥିବା ସମୟରେ ପିଲାମାନେ ବିଦ୍ୟାଳୟ ପରିସର ବାହାରକୁ ଯାଇପାରିବେ ନାହିଁ। ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।

ସୂଚନା ଅନୁସାରେ ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ଜଣେ ଛାତ୍ର ସ୍କୁଲ ବାହାରକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତ ପାଇଥିଲେ। ସୁଧାଂଶୁ କୁମାର ନନ୍ଦ ନାମକ ଜଣେ ବ୍ୟକ୍ତି (ଜାତୀୟ ମାନବ ଅଧିକାର କମିଶନ) ଏନଏଚଆରସିରେ ଏ ନେଇ ରିପୋର୍ଟ କରିଥିଲେ। ଏହାର ପଦକ୍ଷେପ ସ୍ୱରୂପ ମାନନୀୟ କମିଶନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍କୁଲ ଚାଲିଥିବା ସମୟରେ କେହି ବି ଛାତ୍ରଛାତ୍ରୀ ବାହାରକୁ ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମେ କମିଶନଙ୍କ ନିୟମକୁ ପାଳନ କରି ବିଦ୍ୟାଳୟ ବାହାରେ କୌଣସି ବିଶୃଙ୍ଖଳା ବା ଅଘଟଣ ନହେବା ପାଇଁ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ସ୍କଲ କର୍ତ୍ତୃପକ୍ଷଙ୍କୁ ଏହି ନିୟମ କଡାକଡି ଭାବେ ପାଳନ କରିବାକୁ  ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷାଅଧିକାରୀଙ୍କ ପାଖକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

Posted by janatakhabar

No Comment

Leave a Comment

Your email address will not be published. Required fields are marked *