ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଚାରପତିଙ୍କ ଅଭିନବ କୌଶଳ

ଏର୍ଣ୍ଣାକୁଲମ : ନେଇ କେବଳ କଥା କହିଲେ ହେବ ନାର୍ହିଁ। ଏଥିପାଇଁ ନିଜ ଭିତରେ ଆନ୍ତରିକତା ରହିବା ଉଚିତ। ଆଉ ଏପରି କରି ଦେଖାଇଛନ୍ତି କେରଳର ଏର୍ଣ୍ଣାକୁଳମ ସହରର ଜଣେ ସବ୍‌ ଜଜ୍‌। ଅଳିଆ ନ ଉଠିବା ପ୍ରତିବାଦରେ ଅଳିଆଗଦା ନିକଟରେ ଚେୟାର ପକାଇ ବସି ରହିବାରୁ ଶେଷରେ ପୌର କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେଠାରୁ ଅଳିଆ,ଆବର୍ଜନା ସଫା କରିଛନ୍ତି।

ଖବର ମୁତାବକ ଏର୍ଣ୍ଣାକୁଲମ ସହରର ଏକ ପରିବା ଓ ଫଳ ବଜାରରୁ ମାସ ମାସ ଧରି ଅଳିଆ ଉଠୁ ନ ଥିଲା। ଲୋକେ ଏ ନେଇ ଏର୍ଣ୍ଣାକୁଲମ ନଗରପାଳିକାକୁ ବାରମ୍ବାର କହିବା ସତ୍ତ୍ୱେ କେହି କିଛି ଶୁଣୁ ନ ଥିଲେ। ଦିନକୁ ଦିନ ଅଳିଆ,ଆବର୍ଜନା ବଢ଼ିବଢ଼ି ଚାଲିଥିଲା। ଆଉ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା। ତେବେ ବ୍ୟବସାୟୀଙ୍କ ସୌଭାଗ୍ୟକୁ ସହରରେ ଖୋଲିଥିବା ବେଆଇନ ଦୋକାନ ସମ୍ପର୍କରେ ତଦାରଖ କରିବାକୁ ଆସିଥିଲେ ଏର୍ଣ୍ଣାକୁଲମ ଜିଲ୍ଲା ସବ୍‌ ଜଜ୍‌ ତଥା ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣର ସଚିବ ଏଏମ ବସୀର। ଆଉ ଦୋକାନୀମାନେ ତାଙ୍କୁ ଭେଟି ଏହି ଅବ୍ୟବସ୍ଥା ସମ୍ପର୍କରେ ଜଣାଇଥିଲେ। ତେବେ ବାରମ୍ବାର କହିବା ସତ୍ତ୍ୱେ ଏର୍ଣ୍ଣାକୁଲମ ନଗରପାଳିକା ସେଠାରୁ ଅଳିଆ ଉଠାଉ ନ ଥିବା ଶୁଣିବା ପରେ ସବ୍‌ ଜଜ୍‌ ଏଏମ ବସୀର ଏକ ଦୋକାନରୁ ଗୋଟିଏ ଚୌକି ମାଗିଆଣି ଅଳିଆଗଦା ପାଖରେ ବସିଗଲେ। ବାସ୍‌, ଏହା ପରେ ଆରମ୍ଭ ହୋଇଗଲା ଚର୍ଚ୍ଚା। ଯେତେବେବେଳେ ଜଣେ ବିଚାରପତି ଅଳିଆଗଦା ପାଖରେ ବସିଥିବା ଖବର ପୁଲିସ ପାଇଲା, ସଙ୍ଗେ ସଙ୍ଗେ ଜଜ୍‌ଙ୍କ ପାଖରେ ପହଞ୍ଚି ଥଣ୍ଡା ଚିକିତ୍ସା କରିଥିଲା । ତେବେ ଯେ ପର୍ଯ୍ୟନ୍ତ ସେ ସ୍ଥାନରୁ ଅଳିଆ ନ ଉଠିଛି ସେ ପର୍ଯ୍ୟନ୍ତ ସେ ତାଙ୍କ ସ୍ଥାନରୁ ଉଠିବେ ନାହିଁ ବୋଲି ପୁଲିସକୁ କହିବା ପରେ ପୁଲିସ ସଙ୍ଗେସଙ୍ଗେ ଏ ନେଇ ନଗରପାଳିକା କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲା। ଆଉ ସବ୍‌ ଜଜ୍‌ଙ୍କ ଏପରି ନିଷ୍ପତ୍ତି ଶୁଣିବା ପରେ ସାଙ୍ଗେସାଙ୍ଗେ ଟ୍ରାକ୍ଟର, ଟ୍ରଲି ଧରିଆ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏର୍ଣ୍ଣାକୁଲମ ପୌରପାଳିକାର ସାନିଟାରି ଇନସପେକ୍ଟର। ଆଉ ଦେଖୁଦେଖୁ ଏକ ମାସ ଧରି ଯେଉଁ ଅଳିଆ ଉଠୁ ନ ଥିଲା, ସେହି ଅଳିଆ କିଛି ସମୟ ମଧ୍ୟରେ ସେଠାରୁ ଉଭାନ ହୋଇଗଲା । ଏହାପରେ ସେଠାକାର ସ୍ଥାନୀୟ ଲୋକେ ଶ୍ରୀ ବସୀରଙ୍କୁ ଭଗବାନଙ୍କ ଏକ ନୂତନ ଅବତାର ବୋଲି ମାନିବା ସହିତ ପାଦୁକା ପୂଜା କରିଛନ୍ତି ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *