ୟୁଟୁବ୍‌ ଉପରେ ଲାଗିଲା ୯.୫ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୟୁଟୁବ୍‌ ଉପରେ ୯.୫ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଅଦାଲତ ଜଣେ ଡାକ୍ତରଙ୍କ ଆବେଦନ ଅନୁଯାୟୀ ଏହି ଜରିମାନା ଲଗାଇଛନ୍ତି। ଦିଲ୍ଲୀର ଜଣେ ଡାକ୍ତର ଅଦାଲତଙ୍କୁ ତାଙ୍କ ସହିତ ଜଡ଼ିତ ଥିବା କିଛି ଆପତ୍ତିଜନକ ପୋଷ୍ଟକୁ ୟୁଟୁବ୍‌ ନିଜର ଚ୍ୟାନେଲରୁ ହଟାଇ ଦେଉ ବୋଲି ଆବେଦନ କରିଥିଲେ। ୟୁଟୁବ୍‌ ଟେକ୍‌ନିକ୍‌ କାରଣ ହେତୁ ଏହି ଆପତ୍ତିଜନକ ପୋଷ୍ଟକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ ଅସମର୍ଥ ରହିଥିଲା । ଏହାପରେ ଅଦଲାତ ୟୁଟୁବ୍‌ ବିରୋଧରେ ୯.୫ଲକ୍ଷ ଟଙ୍କାର ଜରିମାନାର ଶୁଣାଣି କରିଛନ୍ତି।

ଜଷ୍ଟିସ୍‌ ନଜାମି ବଜିରି ୟୁଟୁବ୍‌କୁ କହିଛନ୍ତି, ଏହି ମାମଲାକୁ ନେଇ ନଅଥର ହୋଇଥିବା ଶୁଣାଣି ହେତୁ ପ୍ରତ୍ୟେକ ଥର ୫୦ହଜାର ଟଙ୍କା ଜରିମାନା ଆକାରରେ ପୈଠ କରିବାକୁ ପଡ଼ିବ ୟୁଟୁବ୍‌କୁ। କୋର୍ଟ ଅଦାଲତର ସମୟ ନଷ୍ଟ କରିଥିବା ହେତୁ ୟୁଟୁବ୍‌ ଉପରେ ଏହି ଜରିମାନା ଲଗାଇଛନ୍ତି। ୟୁଟୁବ୍‌ କହିବାନୁସାରେ, କମ୍ପାନି କେବଳ ଏହା ସୁନିଶ୍ଚିତ କରି ପାରିବ କି ଭାରତର କୌଣସି ବ୍ୟକ୍ତି ଡାକ୍ତରଙ୍କ ଏହି ଆପତ୍ତିଜନକ ପୋଷ୍ଟ ଦେଖି ପାରିବେ ନାହିଁ। ପୋଷ୍ଟକୁ ସମ୍ପୂର୍ଣ୍ଣ ଭାବେ ହଟା ଯାଇ ପାରିବ ନାହିଁ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *