You are here
Home > slider-front > ଓସିସିରେ ଟେଣ୍ଡର ବିବାଦ

ଓସିସିରେ ଟେଣ୍ଡର ବିବାଦ

ଭୁବନେଶ୍ଵର : ରାଜ୍ୟରେ ସ୍ଵଛ ଶାସନ ଚାଲିଥିଲେ ହେଁ ସରକାରୀ ଉଦ୍ୟଗ ଓଡିଶା ନିର୍ମାଣ ନିଗମ ବା ଓସିସିରେ ଏହା ପରିଲକ୍ଷିତ ହେଉନାହିଁ । ଏଠାରେ ସବୁକିଛି ବ୍ୟତିକ୍ରମ । ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି କିନ୍ତୁ କାର୍ଯ୍ୟଳୟର କର୍ମଚାରୀ ଓ ଅଧିକାରୀ କିଏ କାମ ପାଇବ ସ୍ଥିର କରୁଥିବା ଅଭିଯୋଗ ଉଠୁଛି । ଟେଣ୍ଡର ସର୍ତ୍ତରେ ହେଉଛି ଏପାଖ-ସେପାଖ ଏହାର ତଦନ୍ତ କରାଯିବା ଜରୁରୀ ମନେହେଉଛି । ଯଦି ସଠିକ ତଦନ୍ତ ହୁଏ ତେବେ କୋର୍ଟ କଚେରୀ ମାମଲାରେ ଛନ୍ଦିହୋଇ ବିକାଶ ବାଧାପ୍ରାପ୍ତ ହେବନାହିଂ । ତା ନହେଲେ ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ଲାଗିବ ପ୍ରଶ୍ନବାଚି ।

ସୂଚନା ଅନୁଯାୟୀ ଓସିସିର ଟେଣ୍ଡରକୁ ନେଇ ବିବାଦ ସୃଷ୍ଟି ହୋଇଛି । ବାଲେଶ୍ଵର ଜିଲ୍ଲାର ମାଙ୍କେଡିଆ ସ୍ପର କାମ ପାଇଁ ୨୦୧୭ ମଇ ୫ତାରିଖରେ ଟେଣ୍ଡର ପ୍ରକାଶ ପାଇଥିଲା । ପ୍ରକାଶ ପାଇଥିବା ଟେଣ୍ଡର (୪୭୮୨/OCCL-HO)ରେ ତୃଟି ଥିବା ଦର୍ଶାଇ କେତୋଟି ସଂସ୍ଥା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଆବେଦନ କରିଥିଲେ ଟେଣ୍ଡର ବାତିଲ କରାଯାଉ ମାନ୍ୟବର କୋର୍ଟ ଆବେଦନକାରୀଙ୍କ ଅଭିଯୋଗ ଉପରେ ବିଚାର କରି ଟେଣ୍ଡର ବାତିଲ କରି ସାନି ଟେଣ୍ଡର କରିବାକୁ ସଂପୃକ୍ତ ସଂସ୍ଥାକୁ ନିର୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦେଶ ଆଧାରରେ ଉକ୍ତ ସଂସ୍ଥା (୦୩/OCCL/୨୦୧୮-୧୯) ଅନଲାଇନ ଟେଣ୍ଡର ଡାକିଛନ୍ତି । ଏଥିରେ ରହିଥିବା ସର୍ତ୍ତାବଳୀକୁ ନେଇ ପୁଣି ପ୍ରଶ୍ନ ଉଠିଲାଣି । ପୂର୍ବ ଟେଣ୍ଡରରେ ରହିଥିବା ମାଟି କାମକୁ ନୂଆ ଟେଣ୍ଡରରେ ପଥର ସ୍ପର କରାଯିବ ବୋଲି ଉଲ୍ଲେଖ ଅଛି । ଏହାଛଡା ୨ମାସରେ କାମ ସାରିବାକୁ କୁହାଯାଇଛି । ତେବେ ମାଟି କାମ ପାଇଁ କେମିତି ନିସ୍ପତି ହୋଇଥିଲା ? ସେହିପରି ଏକ୍ସାଭେଟର ଓ ଟିପ୍ପର ଆଦିର ସଂଖ୍ୟା ପୂର୍ବ ଟେଣ୍ଡର ଠାରୁ ପ୍ରାୟ ତିନିଗୁଣ ବୃଦ୍ଧି କରାଯାଇଛି । ଏହି ସର୍ତ୍ତ ବଦଳିବାର କାରଣ କଣ ? ଏହାଛଡା କାହିଁକି ଓ କାହା ସ୍ଵାର୍ଥରେ ଅର୍ମୋରୀ ଶବ୍ଦର ବ୍ୟବହାର ହେଲା । ତାହା ସନ୍ଦେହ ପରିସରକୁ ଆସିଥିବା ବେଳେ ଏହି ଶବ୍ଦ ପାଇଁ ନିର୍ଦିଷ୍ଟ ସଂସ୍ଥା ଠିକା କାମ ପାଇବାକୁ ଯୋଗ୍ୟ ବିବେଚିତ ହେବ ବୋଲି କୁହାଯାଉଛି । ଶୁଣିବାକୁ ମିଳୁଛି ଟେଣ୍ଡରର ସର୍ତ୍ତ ପରିବର୍ତ୍ତନକୁ ନେଇ କେତକ ପୁଣି କୋର୍ଟକୁ ଗଲେଣି ଏଥିରେ ସତ୍ୟତା ଥିଲେ କୋର୍ଟ ମାମଲାରେ ଟେଣ୍ଡର ଛନ୍ଦିହୋଇ କାର୍ଯ୍ୟରେ ବିଳମ୍ବ ଘଟିବ । ତେଣୁ ଉପଯୁକ୍ତ ଠିକାସଂସ୍ଥା ଚୟନ ନିମନ୍ତେ ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ରହିବା ଆବଶ୍ୟକ । ଯେଉଁମାନେ ଟେଣ୍ଡର ସର୍ତ୍ତ ବଦଳାଇ କାର୍ଯ୍ୟରେ ଅଯଥା ବିଳମ୍ବ କରୁଛନ୍ତି, ଏବଂ ବାରମ୍ବାର ଟେଣ୍ଡର କରାଯିବା ଦ୍ଵାରା ଅଯଥା ସରକାରୀ ଅର୍ଥ ଅପଚୟ କରାଉଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରାଯିବା ଜରୁରୀ ବୋଲି ସାଧାରଣରେ ମତାପ୍ରକାଶ ପାଉଛି ।

ସେୟାର କରନ୍ତୁ:-

Leave a Reply

Top