You are here
Home > Breaking News > ଛୋଟୋ ଛୁଆ କାନ୍ଦିବାରୁ ସପରିବାରକୁ ବିମାନରୁ ଓହ୍ଲାଇଦେଲେ କର୍ମଚାରୀ

ଛୋଟୋ ଛୁଆ କାନ୍ଦିବାରୁ ସପରିବାରକୁ ବିମାନରୁ ଓହ୍ଲାଇଦେଲେ କର୍ମଚାରୀ

ନୂଆଦିଲ୍ଲୀ : ଛୁଆ କାନ୍ଦିଲା ବୋଲି ବିମାନରୁ ଓହ୍ଲାଇ ଦେଲେ ବିମାନ କର୍ମଚାରୀ । ଏମିତିକି ଛୋଟ ଛୁଆଟି କାନ୍ଦିବା ବନ୍ଦ ନକଲେ ବିମାନରୁ ଧକ୍କା ଦେଇ ବାହାର କରିଦେବେ ବୋଲି ଧମକ ଦେଇଥିଲେ । ଏଭଳି ଏକ ଅମାନବୀୟ ଆଚରଣର ଶିକାର ହୋଇଛନ୍ତି ଜଣେ ଭାରତୀୟ । ତାହା ପୁଣି ଇଂଲଣ୍ଡରେ । ଛୋଟ ଛୁଆ କାନ୍ଦିବା ଏକ ସ୍ୱାଭାବିକ କଥା । ହେଲେ ଏହି ଛୋଟିଆ ଘଟଣାକୁ କେନ୍ଦ୍ରକରି ଜଣେ ଭାରତୀୟ ପ୍ରଶାସକଙ୍କୁ ଅପମାନିତ ହେବାକୁ ପଡିଛି ।

ଖବର ମୁତାବକ ଏ.ପି ପାଠକ୍ ନାମକ ବ୍ୟକ୍ତି ନିଜ ପରିବାର ନେଇ ବିମାନରେ ଯାତ୍ରା କରୁଥିଲେ । ସାଥୀରେ ଥିଲେ ପତ୍ନୀ ଏବଂ ୩ବର୍ଷର ଶିଶୁ । ଗନ୍ତବ୍ୟ ଥିଲା ବର୍ଲିନରୁ ଲଣ୍ଡନ୍ । ବିଟ୍ରିଶ୍ ଏୟାର ୱେଜରେ ଯାତ୍ରା କରୁଥିଲେ ଏହି ଛୋଟିଆ ପରିବାର । ହେଲେ କୌଣସି କାରଣରୁ ବିମାନ ଭିତରେ କାନ୍ଦିବା ଆରମ୍ଭ କରି ଦେଇଥିଲେ ତାଙ୍କର କୁନି ପିଲା । ଆଉ ଏତିକିରେ ଅସହିଷ୍ଣୁ ହୋଇ ଉଠିଲେ ବିମାନ କର୍ମଚାରୀ । ଦେହରେ ଗଲାନି କୁନି ପିଲାର କାନ୍ଦ ।

ଏହି ଦମ୍ପତିଙ୍କ ପାଖରେ ପହଂଚିଥିଲେ ବ୍ରିଟିଶ୍ ଏୟାରୱେଜର କର୍ମଚାରୀ । ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା ସହ କୁନି ପିଲାଟିକୁ ଚୁପ୍ କରିବାକୁ ଚେତାବନୀ ଦେଇଥିଲେ । ହେଲେ କୁନି ପିଲାଟି କ’ଣ ବା ଜାଣିଛି । ପିଲାଟି କାନ୍ଦିବା ବନ୍ଦ ନହେବାରୁ ଦିଆଗଲା ଧମକ । କର୍ମଚାରୀ କହିଲେ- ଆପଣ ଚୁପ୍ ରୁହନ୍ତୁ । ପିଲାଟିକୁ ଚୁପ୍ କରାନ୍ତୁ । ନହେଲେ ଝରକା ଦେଇ ଫିଙ୍ଗି ଦିଆଯିବ ।
କିଛି ସମୟ ପରେ ବ୍ରିଟିଶ ଏୟାରୱେଜ୍ କର୍ମଚାରୀ ସତକୁ ସତକୁ ସେଇଆ ହିଁ କଲେ । କୁନି ପିଲାଟି ସହ ଏହି ଦମ୍ପତିକୁ ବିମାନରୁ ଓହ୍ଲାଇ ଦେଲେ ।
ଏହା ସହିତ ଆଉ ଜଣେ ଭାରତୀୟ ଦମ୍ପତିଙ୍କୁ ମଧ୍ୟ ବିମାନରୁ ଓହ୍ଲାଇ ଦେଇଥିଲେ । ତାଙ୍କର ଅପରାଧ ହେଲା ଯେ, ଏହି ଭାରତୀୟ ଦମ୍ପତି ପିଲାକୁ ଖାଇବାକୁ ବିସ୍କୁଟ୍ ଦେଇଥିଲେ ଓ ଚୁପ୍ ହେବା ପାଇଁ ପାଠକ୍ ପରିବାରକୁ ସହଯୋଗ କରିଥିଲେ ।

ସେୟାର କରନ୍ତୁ:-

Leave a Reply

Top