You are here
Home > slider-front > ଜଷ୍ଟିସ କେ.ଏସ୍. ଝାବେରୀ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ କେ.ଏସ୍. ଝାବେରୀ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ଵର : ଜଷ୍ଟିସ କେ.ଏସ୍. ଝାବେରୀ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ହେବେ। ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଝାବେରୀଙ୍କ ନାମ ଚୟନ କରିବା ନେଇ ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

ବିଜ୍ଞପ୍ତି ଅନୁଯାୟୀ, ଚଳିତମାସ ଜୁଲାଇ ୧୬ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପୂର୍ବରୁ ଦାୟିତ୍ୱ ତୁଲାଉ ଥିବା ଜଷ୍ଟିସ ବିନୀତ ଶରଣଙ୍କ ପଦନ୍ନୋତି ହୋଇଛି। ଯାହା ଫଳରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ରହିବ। ତେଣୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ କେ.ଏସ୍. ଝାବେରୀଙ୍କୁ ଏହି ପଦରେ ରହିବା ପାଇଁ ଚୟନ କରିଛନ୍ତି। ଜଷ୍ଟିସ ଝାବେରୀ ମୁଖ୍ୟତଃ ଗୁଜୁରାଟ ହାଇକୋର୍ଟରୁ ଆସିଥିବା ବେଳେ ବର୍ତ୍ତମାନ ସେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି।

ସେୟାର କରନ୍ତୁ:-

Leave a Reply

Top