You are here
Home > slider-front > ଦଳୀୟ ନେତାଙ୍କୁ ଶୃଙ୍ଖଳିତ କରିବାକୁ ନିରଞ୍ଜନଙ୍କ କଟକଣା

ଦଳୀୟ ନେତାଙ୍କୁ ଶୃଙ୍ଖଳିତ କରିବାକୁ ନିରଞ୍ଜନଙ୍କ କଟକଣା

ଭୁବନେଶ୍ଵର : ରାଜ୍ୟ କଂଗ୍ରେସର ନେତାମାନଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୃଙ୍ଖଳିତ କରିବାକୁ ନିଷ୍ପତି ନେଇଛନ୍ତି । ପରାମର୍ଶ ଛଳରେ ସେ ତାଗିଦ କରିଛନ୍ତି, ଦଳୀୟ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ନିକଟରେ ବୟାନବାଜି ବନ୍ଦ କର । ସୋସିଆଲ ମିଡିଆରେ ସକାରାତ୍ମକ ମତାମତ ଦିଅ ।

ବୁଧବାର କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତିମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ପ୍ରସଙ୍ଗ ଆଲୋଚନା କରାଯାଇଥିବା ବେଳେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କିପରି ଭଲ ପଦର୍ଶନ କରିବ ସେଥିପାଇଁ ଅଣ୍ଟା ଭିଡିବାକୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ଦଳୀୟ ନେତାମାନଙ୍କୁ ଶୃଙ୍ଖଳିତ କରିବା ନିମନ୍ତେ ପ୍ରଚେଷ୍ଟା କରିଛନ୍ତି । ଆଉ ତାଗିଦ କରିବା ଢଙ୍ଗରେ କହିଛନ୍ତି ଗଣମାଧ୍ୟମ ନିକଟରେ ଦଳ ସମ୍ପର୍କରେ ଖୋଲା-ଖୋଲି ମତ ରଖିବା ବନ୍ଦ କର । ଏଣିକି ମାପିଚୁପି କଥା କୁହ । ମତ ଦେବା ବେଳେ ଦଳ ଯେପରି ପ୍ରଭାବିତ ନହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ଦଳର ସବୁ ବର୍ଗର ନେତାଙ୍କୁ ଉପଦେଶ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଯେଉଁମାନେ ନିରଞ୍ଜନଙ୍କ ଏହି ଚେତାବନୀକି ନମାନିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ସେତିକି ନୁହେଁ ରାଜ୍ୟ କଂଗ୍ରେସ ଏବେ ଆଗକୁ ବଢୁଛି । ଲୋକଙ୍କ ଆସ୍ଥାଭାଜନ ପାଇଁ ଚାଲିଛି ଯୋରଦାର ପ୍ରୟାସ । ଲକ୍ଷ ରହିଛି ଓଡିଶାରେ ଦଳ ସରକାର ଗଠନ କରିବ । ସେଥିପାଇଁ ସବୁ ସ୍ତରର ନେତାମାନଙ୍କୁ ଗୋଟିଏ ଲାଇନରେ ଚାଲିବା ପାଇଁ ଉଦ୍ୟମ ଆରମ୍ଭ ହୋଇଗଲାଣି । ନିରଞ୍ଜନଙ୍କର ଏପରି ପ୍ରଚେଷ୍ଟା ଆଗାମୀ ଦିନରେ କଂଗ୍ରେସ ପାଇଁ ସଫଳତା ଆଣିବ ବୋଲି ରାଜନୈତିକ ମହଲରେ ଚର୍ଚା ଚାଲିଛି ।

ସେୟାର କରନ୍ତୁ:-

Leave a Reply

Top