ଫର୍ମରେ ଅଛନ୍ତି ରୋନାଲ୍ଡ, ନେମାରଙ୍କ ମାଇଣ୍ଡ ଗେମ୍, ଚାପରେ ମେସି

ନୂଆଦିଲ୍ଲୀ : ଫ୍ଲପ ସୋ, ବଡ଼ ଭୁଲ ଓ ବିଲିୟନ ଦର୍ଶକଙ୍କ ଆଶାର  ବୋଝରେ ଦବି ରହିଥିବା ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେସ ମେସିଙ୍କର ଗୁରୁବାର ସବୁଠୁ ବଡ଼ ପରୀକ୍ଷା ହେବାକୁ ଯାଉଛି। ମୁକାବିଲା ଶକ୍ତିଶାଳୀ ଦଳ କ୍ରୋଏସିଆ ବିପକ୍ଷରେ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ଆଇସଲାଣ୍ଡ ଫୁଟବଲ ଦୁନିଆକୁ ସ୍ତବ୍ଧ କରି ଆର୍ଜେଣ୍ଟିନାର ଝାଳ ବୁହାଇ ଦେଇଛି। ଖୋଦ୍ ମେସି ପେନାଲ୍ଟି ଗୋଲ ଦେବାରେ ବିଫଳ ହୋଇଥିଲେ।

ଯେଉଁ ଫ୍ରି କିକରେ ଗୋଲ୍ କରିବାରେ ତାଙ୍କର କୌଣସି ପ୍ରତିଦ୍ଵନ୍ଦୀ ନାହାନ୍ତି ସେହି କିକରେ ବିଫଳ ହୋଇ ମେସି ସାରା ଦୁନିଆକୁ ନିରାଶ କରିଛନ୍ତି। କଣ ସେ  କ୍ରୋଏସିଆ ବିପକ୍ଷରେ ନିଜର ଦମଦାର ପ୍ରଦର୍ଶନ କରି ପାରିବେ।

ମ୍ୟାଚ୍ ପୂର୍ବରୁ ମେସିଙ୍କ ମନୋବଳ ବଢାଇବା ପାଇଁ ଅନେକ ବୟାନ ଆସିଛି। ସବୁଠୁ ଖାସ୍ କଥା ଏହା ଯେ ସ୍ପେନର ଅଧିନାୟକ ରାମୋସଙ୍କ କହିବା କଥା ଆର୍ଜେଣ୍ଟିନାରେ ମେସିଙ୍କ ପରି କୌଣସି ଫୁଟବଲ ଖେଳାଳି ନାହାନ୍ତି।ମେସିଙ୍କ ଓଲଟା ନେମାର ଭିନ୍ନ ଧରଣର ମାଇଣ୍ଡ ଗେମ ଖେଳରେ  ଲାଗିଥାନ୍ତି। ବ୍ରାଜିଲ ପରବର୍ତ୍ତୀ ମ୍ୟାଚ୍ ଶୁକ୍ରବାର ଦିନ କୋଷ୍ଟାରିକା ବିପକ୍ଷରେ ଖେଳିବ। ଏହା ପୂର୍ବରୁ ଦଳର ପ୍ରଶିକ୍ଷଣ ଅଧିବେଶନରେ ଆଘାତଜନିତ କାରଣରୁ ନେମାରଙ୍କୁ ବାହାରି ବାକୁ ପଡିଥିଲା। ବର୍ତ୍ତମାନର ସୂଚନା ଅନୁସାରେ ସେ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଆଗାମୀ ମ୍ୟାଚ୍ ଖେଳିବେ। ଏହାକୁ ନେଇ ଏବେ ବହୁତ ଚର୍ଚ୍ଚା ହେଉଛି ଯେ ଆଘାତ ହୋଇଥିବା ଦେଖାଇବା କେବଳ ଏକ ବାହାନା। ରେଫରୀଙ୍କ ଉପରେ ଚାପ ପକାଇବା  ପାଇଁ ଏହା ଏକ ନାଟକ। ଏଥିରେ ରେଫରୀଙ୍କ ଉପରେ ଚାପ ପଡ଼ିବ ଯେ ତାଙ୍କ ବିପକ୍ଷରେ ଫାଉଲ କରାଯାଉଛି। ବ୍ରାଜିଲର ପ୍ରଥମ ମ୍ୟାଚ୍ ମଧ୍ୟ ଫିକା ରହିଛି। ସେହି ମ୍ୟାଚରେ ନେମାର ଦଳର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଚାପରେ ଥିବା ନଜର ଆସୁଥିଲେ। ନହେଲେ ବିଶ୍ଵ କପ୍ ଜିତିବା ସ୍ଵପ୍ନ ମଧ୍ୟ ଆଗାମୀ ୪ ବର୍ଷରେ ସ୍ଵପ୍ନ ହୋଇ ରହିଯିବ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *