ବିରାଟଙ୍କୁ ୨ୟ ପଲି ଉମ୍ରିଗର ପୁରସ୍କାର

ବେଙ୍ଗାଲୁରୁ : ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଗୁରୁବାର ଠାରୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚରେ ଖେଳୁ ନାହାନ୍ତିି ସତ, କିନ୍ତୁ ତାଙ୍କୁ ଦ୍ୱିତୀୟ ଥର ପାଇଁ ବିସିସିଆଇ ପକ୍ଷରୁ ପଲି ଉମ୍ରିଗର ଟ୍ରଫି ମିଳିଛି । କୋହଲି କ୍ରମାଗତ ଭାବରେ ୨ଟି କ୍ରିକେଟ ଋତୁରେ ଭଲ ପ୍ରଦର୍ଶନ କରିଛନ୍ତି । ବେଙ୍ଗାଲୁରୁ ଠାରେ ବିସିସିଆଇ ବାର୍ଷିକ ସମାରୋହରେ କୋହଲି ଏହି ପୁରସ୍କାରକୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛନ୍ତି । ପୁରସ୍କାର ଗ୍ରହଣ ସମୟରେ କୋହଲିଙ୍କ ସାଥୀରେ ତାଙ୍କର ଧର୍ମପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ । ଏହି କାରଣରୁ କୋହଲି ଅଧିକ ଉତ୍ସାହିତ ଥିଲେ । ଏହି ଅବସରରେ କୋହଲି କହିଛନ୍ତି, ଆଜିର ପୁରସ୍କାର ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାର କାରଣ ଅନୁଷ୍କା ଶର୍ମା ମୋର ପାଖରେ ଅଛନ୍ତି । 

ସେହିଭଳି ପୁରସ୍କାର ବିତରଣ ସମାରୋହରେ ଆଫଗାନିସ୍ତାର ଜାତୀୟ ଟିମ, ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଓ ଭାରତୀୟ କ୍ରିକେଟର ଅନେକ ପୂର୍ବତନ ଖେଳାଳି ଉପସ୍ଥିତ ଥିଲେ । ପିଟରସନ ଏମ୍.କେ. ପଟୌଦୀ ଭାଷଣ ଦେଇଥିଲେ । ସମାରୋହରେ ପୂର୍ବତନ କ୍ରିକେଟର ଅଂଶୁମାନ ଗାୟକୱାଡ ଓ ସୁଧା ଶାହଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯାଇଥିଲା ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *