You are here
Home > Breaking News > ବିଶ୍ଵ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଫାଇନାଲରେ ସିନ୍ଧୁ

ବିଶ୍ଵ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଫାଇନାଲରେ ସିନ୍ଧୁ

ନୂଆଦିଲ୍ଲୀ : ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵ ବ୍ୟାଡମିଣ୍ଟନ ଚମ୍ପିଆନସିପର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଚୀନର ନାନଜିଙ୍ଗରେ ଖେଳାଯାଇଥିବା ସେମି ଫାଇନାଲରେ ସେ ଜାପାନର ଓକାନେ ୟାମାଗୁଚୀଙ୍କୁ ସିଧାସଳଖ ୨୧-୧୬, ୨୪-୨୨ରେ ମାତ୍ ଦେଇଛନ୍ତି। ୫୫ ମିନିଟ୍ ପର୍ୟ୍ୟନ୍ତ ଚାଲିଥିବା ଏହି ମୁକାବିଲାରେ ସିନ୍ଧୁ ଦୁନିଆର ଦ୍ଵିତୀୟ ନମ୍ବର ଖେଳାଳିଙ୍କୁ ପରାଜିତ କରିଛନ୍ତି।

ସିନ୍ଧୁ ପ୍ରାରମ୍ଭରେ ପଛୁଆ ରହିଥିଲେ, ମାତ୍ର ଶୀଘ୍ର ମୁକାବିଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଲୟ ହାସଲ କରିଥିଲେ। ପ୍ରଥମ ଗେମକୁ ପିଭି ସହଜରେ ୨୧-୧୬ରେ ଜିତି ନେଇଥିଲେ। ଦ୍ଵିତୀୟ ଗେମରେ ସିନ୍ଧୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଗୋଟିଏ ସମୟରେ ସେ ୧୨-୧୮ରେ ପଛରେ ଚାଲୁଥିଲେ ମାତ୍ର ଏହା ପରେ ସେ ପ୍ରତିଦ୍ଵନ୍ଦୀଙ୍କୁ କୌଣସି ସୁଯୋଗ ଦେଇନଥିଲେ। ସେ କ୍ରମାଗତ ୭ ପଏଣ୍ଟ ଜିତି ୨୦-୧୯ରେ ଅଗ୍ରଣୀ ରହିଥିଲେ। ଏଠାରେ ଉଭୟ ଖେଳାଳି ମଧ୍ୟରେ ଏକ ଅଙ୍କ ପାଇଁ ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ସିନ୍ଧୁ ତୃତୀୟ ଥର ମ୍ୟାଚ୍ ପଏଣ୍ଟରେ ବିଜୟ ହାସଲ କରିଥିଲେ।

ଏବେ ଫାଇନାଲରେ ତାଙ୍କର ମୁକାବିଲା ରବିବାର ଦିନ ସ୍ପେନର କ୍ୟାରୋଲିନା ମାରିନଙ୍କ ସହ ହେବ। ସିନ୍ଧୁ ଗତ ବର୍ଷ ବିଶ୍ଵ ଚମ୍ପିଆନସିପରେ ଜାପାନର ନୋଜୋମି ଓକୁହାରାଙ୍କ ବିପକ୍ଷରେ ୧୯-୨୧, ୨୨-୨୦, ୨୦-୨୨ରେ ପରାଜିତ ହୋଇ ଟାଇଟଲ ଜିତିବାରେ ଅଳ୍ପକେରୁ ବର୍ତ୍ତିଥିଲେ।

ସେୟାର କରନ୍ତୁ:-

Leave a Reply

Top