ମଦ ପିଇବାକୁ ଟଙ୍କା ନମିଳିବାରୁ ବାପାକୁ ହତ୍ୟା କଲା ପୁଅ

ଭୁୁବନେଶ୍ୱର : ମଦ ପିଇବାକୁ ଟଙ୍କା ନମିଳିବାରୁ ବାପାକୁ କୂଅରେ ଠେଲି ଦେଇ ନିର୍ମମ ଭାବରେ ହତ୍ୟା କରିଛି ପୁଅ । ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅଧୀନ ସିଦ୍ଧପୁର ଗ୍ରାମ ଦଳିତ ସାହିରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ଭଜରାମ ଦାସ(୬୦) କାଳୀ ମନ୍ଦିରରେ ପୂଜା କରନ୍ତି । ଦୁଇ ପୁଅ ବିଦେଶୀ ଓ ବାବୁଲା ବିବାହିତ । ସେମାନେ ଦିନ ମଜୁରିଆ ଭାବେ କାମ କରନ୍ତି ।

ବାବୁଲା ସୋମବାର ରାତି ୯ଟାରେ ପ୍ରଚୁର ମଦ ପିଇ ଘରକୁ ଆସିଥିଲା । ଘରକୁ ଫେରିବାର ଅଳ୍ପ ସମୟ ପରେ ସେ ବାପା ଭଜରାମଙ୍କୁ ପୁଣି ୫ଟଙ୍କା ମାଗିଥିଲା କିନ୍ତୁ ଭଜରାମ ମନା କରିବାରୁ ବାବୁଲା ଉତ୍ତେଜିତ ହୋଇ ତାଙ୍କୁ ପ୍ରବଳ ମାଡ଼ ମାରିବା ସହିତ ଘରୁ ଘୋଷାଡି ଘୋଷାଡି ନେଇ ବାହାରକୁ ନେଇ ଯାଇଥିଲା । ସେ ଏତେ ଉତ୍ତେଜିତ ଥିଲା ଯେ, ପରିବାରର ଅନ୍ୟ ସଦସ୍ୟମାନେ ସମସ୍ତ ଘଟଣା ଦେଖୁଥିଲେ ମଧ୍ୟ ଅଟକାଇ ପାରି ନଥିଲେ ।

ବାବୁଲା ବାପାଙ୍କୁ ଗାଁର ଶିବ ମନ୍ଦିର ନିକଟରେ ଥିବା ଏକ କୂଅ ଭିତରକୁ ଠେଲି ଦେଇଥିଲା । କୂଅ ଭିତରେ ପଡ଼ି ଭଜରାମ ପଡ଼ି ଚିତ୍କାର କରୁଥିଲେ ବି କେହି ଶୁଣିପାରି ନଥିଲେ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଗାଁ ଲୋକେ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଭଜରାମର ମୃତଦେହ କୂଅ ଭିତରୁ ଉଦ୍ଧାର କରିଥିଲା ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *