You are here
Home > Breaking News > ହ୍ୱାଟସଆପରେ ବ୍ୟକ୍ତିଗତ ମେସେଜକୁ ଏଡିଟ୍ କରାଯାଇପାରିବ

ହ୍ୱାଟସଆପରେ ବ୍ୟକ୍ତିଗତ ମେସେଜକୁ ଏଡିଟ୍ କରାଯାଇପାରିବ

ନୂଆଦିଲ୍ଲୀ : ହ୍ୱାଟସଆପର ସିକ୍ୟୁରିଟିକୁ ନେଇ ଯେତେ ବଡ ବଡ ଦାବି କରାଯାଇ ଥିଲେ ମଧ୍ୟ ଏବେ ସତ୍ୟତା ସାମ୍ନାକୁ ଆସିଛି । ଇଜ୍ରାଇଲର କିଛି ସଂଶୋଧନକର୍ତା ଦାବି କରିଛନ୍ତି ଯେ, ହ୍ୱାଟସଆପରେ ବଡ ତ୍ରୁଟି ରହିଛି ଯାହା ଫଳରେ ଆପଣଙ୍କର ବ୍ୟକ୍ତିଗତ ମେସେଜକୁ ଅନ୍ୟ କେହି ଏଡିଟ କରି ପାରିବ । ସିକ୍ୟୁରିଟି ଏଜେନ୍ସି ଚେକପ୍ୱାଇଂଟ କହିଛନ୍ତି କି ହ୍ୟାକର ଚାହିଁଲେ ଗ୍ରୁପରେ ପଠା ଯାଇଥିବା ମେସେଜକୁ ଏଡିଟ କରି ପାରିବେ ଏବଂ ଅନ୍ୟ କାହା ନାମରେ ଏହାକୁ ପଠାଇ ପାରିବେ ।

ଉଦାହରଣ ସ୍ୱରୂପ ଆପଣଙ୍କର ବନ୍ଧୁ ଗ୍ରୁପରେ ଥିବା ମେସେଜକୁ ଏଡିଟ କରି ଆପଣଙ୍କର ଅଫିସିଆଲ ଗ୍ରୁପର ବସ ନାମରେ ପଠାଇ ପାରିବେ । ଏଜେନ୍ସି ଭିଡିଓ ଜରିଆରେ ଏହାର ସତ୍ୟତା ପ୍ରମାଣ କରିଛନ୍ତି । ଅନ୍ୟପକ୍ଷରେ ସରକାର ମଧ୍ୟ ଫେସବୁକ ଏବଂ ହ୍ୱାଟସଆପରେ ବଢୁଥିବା ମିଥ୍ୟା ଖବର ଉପରେ ରୋକ ଲଗାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସେୟାର କରନ୍ତୁ:-

Leave a Reply

Top