You are here
Home > Breaking News > ୧୦-୧୫ତାରିଖ ମଧ୍ୟରେ ସ୍ନାପଡ଼ିଲର ଡ଼ିଲ ଅଫର ୮୦ % ଛାଡ଼

୧୦-୧୫ତାରିଖ ମଧ୍ୟରେ ସ୍ନାପଡ଼ିଲର ଡ଼ିଲ ଅଫର ୮୦ % ଛାଡ଼

ଭୁବନେଶ୍ଵର : ସ୍ୱାଧୀନତା ଦିବସ ଉତ୍ସବ ପାଳନକୁ ଆଉ ଟିକେ ଉତ୍ସାହବର୍ଦ୍ଦକ କରିବା ପାଇଁ ଇ କମର୍ସ ସାଇଟ ସ୍ନାପଡ଼ିଲ ଡ଼ିଲ୍ସ ଅଫ ଇଣ୍ଡିଆ ସେଲ ଆରମ୍ଭ କରିବାକୁ ଯାଉଛି । ଏହି ସେଲ ଅଗଷ୍ଟ ୧୦ ଠାରୁ ୧୫ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ୨୦ଟି ଶ୍ରେଣୀର ୧ଲକ୍ଷରୁ ଊଦ୍ଧ୍ୱର୍ ଉତ୍ପାଦ ବିକ୍ରୀ କରାଯିବ । ସ୍ନାପଡ଼ିଲ ଏହି ବିକ୍ରୟ ମାଧ୍ୟମରେ ଫେସନ, ମିଠାଇ, କଳାକୃତି, ହୋମ ଡ଼େକୋରୋ, ଫିଟନେଓ ଉତ୍ପାଦ ଉପରେ ୮୦ ପ୍ରତିଶତ ଯାଏ ଆକର୍ଷଣୀୟ ଛାଡ଼ ଦେବ । ଇଣ୍ଡସଇଣ୍ଡ ବ୍ୟାଙ୍କର କାର୍ଡ଼ରେ ୨୦ ପ୍ରତିଶତ ଯାଏ ଇନଷ୍ଟାଣ୍ଟ କ୍ୟାସବ୍ୟାକ ଏବଂ ଏସବିଆଇ ଏବଂ ଏଚଡ଼ିଏଫସି ବ୍ୟାଙ୍କର ଡ଼େବିଟ କାର୍ଡ଼ଧାରକଙ୍କୁ ୧୦ ପ୍ରତିଶତ ତକ୍ରାଳ ରିହାତି ଦିଆଯିବ ।

ଏହି ସେଲରେ ସ୍ମାର୍ଟଫୋନ, ସ୍ପୋର୍ଟସ, ଫିଟନେସ ଉପକରଣ ଉପଲବ୍ଧ ହେବ । ଇଣ୍ଟେକ୍ସ, ବ୍ଲୁ ଷ୍ଟୋନ, ସଫାରି, ଏସିଆନ ପେଣ୍ଟଓ ଆଦି ଭାରତୀୟ ବ୍ରାଣ୍ଡ ଗୁଡ଼ିକୁ ସେଲରେ ଯୋଡ଼ି ହୋଇଛନ୍ତି । ଶାଢୀ, ଜୁଏଲାରୀ, ଜୋତା ଓ ବ୍ୟାଗ ଉପରେ ଆକର୍ଷଣୀୟ ରିହାତି ବ୍ୟବସ୍ଥା ରହିଛି ।

ସେୟାର କରନ୍ତୁ:-

Leave a Reply

Top