You are here
Home > slider-front > କିମସ ପ୍ରଫେସରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର

କିମସ ପ୍ରଫେସରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର

ଭୁବନେଶ୍ଵର : କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ କିମସର ପ୍ରଫେସର ଏମିରେଟସ ତଥା ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡା.ସୁରେଶ ଚନ୍ଦ୍ର ଦାଶ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ଆସୋସିଏସନ ଅଫ ଭସ୍କୁଲାର ଆକସେସ ଆଣ୍ଡ ଇଣ୍ଟରନ୍ୟାସନାଲ ରେନାଲ ଫିଜିସିଆନ ପକ୍ଷରୁ ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚଣ୍ଡିଗଡସ୍ଥିତ ପୋଷ୍ଟ ଗ୍ରାଜୁଏସନ ଇନିଷ୍ଟିଚ୍ୟୁଟଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ ଏବଂ ଆମେରିକାନ ସୋସାଇଟି ଅଫ ଡାୟାଗ୍ନୋସିସ ଆଣ୍ଡ ଇନଭେଷ୍ଟିଗେସନ ମିଳିତ ଆନୁକୁଲ୍ୟରେ ସ୍ଥାପିତ ଏହି ସଂଘ ଚିକିତ୍ସା କ୍ଷେତ୍ରରେ ଦେଶ ବିଦେଶର ବହୁ ବରିଷ୍ଠ ବିଶେଷଜ୍ଞମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥାଏ । ଡା. ଦାଶ ଦୀର୍ଘ ୧୨ବର୍ଷ ହେଲା କିମସରେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କ ଜୀବନ କାଳ ମଧ୍ୟରେ ସେ ୮୦୦ରୁ ଉର୍ଦ୍ଧ ଏଭି ଫିଷ୍ଟୁଲା ଫର ହେମୋଡାୟାଲିସିସ, ଲକ୍ଷାଧିକ ଡାୟାଲିସିସ ଓ ୧୦୦୦ରୁ ଉର୍ଦ୍ଧ ସଫଳ କିଡିନ ପ୍ରତିରୋପଣ ଏକ ସ୍ଵତନ୍ତ୍ର ବିଭାଗ ପ୍ରତିଷ୍ଠା ହୋଇପାରିଥିଲା । ଏହା ପୂର୍ବରୁ ସେ ଦେଶ ବିଦେଶରେ ବହୁ ପ୍ରତିଷ୍ଠାନରୁ ସଂଖ୍ୟାଧିକ ପୁରସ୍କାର ପାଇ ରାଜ୍ୟ ତଥା କିମସକୁ ମଧ୍ୟ ଗୌରବାନ୍ଵିତ କରିଛନ୍ତି ।

ସେୟାର କରନ୍ତୁ:-

Leave a Reply

Top