ଚୀନକୁ ଲକ୍ଷେ ମାଙ୍କଡ଼ ରପ୍ତାନୀ କରିବ ଶ୍ରୀଲଙ୍କା

କଲମ୍ବୋ : ଶ୍ରୀଲଙ୍କାରୁ ଚୀନ୍‌ ଯିବେ ଏକ ଲକ୍ଷ ମାଙ୍କଡ। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ମାଙ୍କଡ ରପ୍ତାନୀ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ମହିନ୍ଦା ଅମରବୀରା।

ଖବର ଅନ୍ୟଯାୟୀ ମାଙ୍କଡ ରପ୍ତାନୀ ନେଇ ଚୀନ୍‌-ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୋକେ ମକାକ ଶ୍ରୀଲଙ୍କାର ସ୍ଥାନୀୟ ପ୍ରଜାତିର ମାଙ୍କଡ଼। ଏହି ମାଙ୍କଡଙ୍କୁ ରପ୍ତାନି ପାଇଁ ପ୍ରସ୍ତୁତ କରିବାକୁ ଶ୍ରୀଲଙ୍କା କୃଷିମନ୍ତ୍ରୀ ୧୧ ତାରିଖ ଦିନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ରପ୍ତାନୀର ଆର୍ଥିକ ବିବରଣୀ ଜଣାପଡିନାହିଁ। ହେଲେ ଚୀନକୁ ମାଙ୍କଡ ରପ୍ତାନୀ ଶ୍ରୀଲଙ୍କା ଲାଗି ଏକ ଲାଭଜନକ ବ୍ୟବସାୟ ବୋଲି ବିଚାର କରାଯାଉଛି। ଏହାଛଡା ଦେଶରେ ମାଙ୍କଡଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ଫସଲ ହାନୀ କ୍ଷତି କମିବ। ଅନ୍ୟପକ୍ଷରେ ଚୀନ୍‌ ତାର ପ୍ରାଣୀ ଉଦ୍ୟାନ ପାଇଁ ଟୋକେ ମକାକ ପ୍ରଜାତିର ମାଙ୍କଡ ଆବଶ୍ୟକ କରୁଛି।

Leave a Reply

Your email address will not be published. Required fields are marked *

Back to top button