ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ଆଇନ୍‌ ବିଭାଗରେ ହଜିଗଲା

ଭୁବନେଶ୍ଵର : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲକୁ ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗରେ ହଜି ଯାଇଛି। ଏହାକୁ ଖୋଜି ବାହାର କରିବାକୁ ଚିଠି କରାଯାଇଛି।

ଖବର ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪) ରାଜ୍ୟ ଆଇନ ବିଭାଗରେ ମିଳୁନାହିଁ। ଏହାକୁ ଖୋଜିବାକୁ ଆଜି ସବୁ ବିଭାଗକୁ ଚିଠି କରାଯାଇଛି।

ଆଇନ୍‌ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଏକ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କରିବା ଆବଶ୍ୟକ ଅଛି। ତେଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଉଦ୍ୟମ କରାଯାଉ। ଯଦି ଏହି ଦୁଇଟି ଗୁରୁତ୍ଵପୂର୍ଣ୍ଣ ଫାଇଲ ଠିକ୍‌ ସମୟରେ ମିଳିବ ତା’ହେଲେ ଜେଟିଏ ସେକ୍ସନରେ ପ୍ରଦାନ କରାଯାଉ। ନଚେତ ନମିଳୁଛି ତା’ହେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button