ଝାରସୁଗୁଡାରେ ଦୋକାନବଜାର ବନ୍ଦ

ଝାରସୁଗୁଡା : ସମ୍ବଲପୁର ଘଟଣାକୁ ନେଇ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଝାରସୁଗୁଡାରେ ପାଳନ ହୋଇଛି। ବଜରଙ୍ଗ ଦଳ ସଦସ୍ୟମାନେ ଆଜି ସକାଳେ ସହରର ବେହେରାମାଲ ଛକ, ବମ୍ବେ ଛକ ଓ ବସଷ୍ଟାଣ୍ଡ ଛକ ଭଳି ଗୁରୁତ୍ୱପୂର୍ଣ ସ୍ଥାନମାନଙ୍କରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ଛକ ମାନଙ୍କରେ ବାଉଁଶ ବାରିକେଡ଼ ଦେଇ କରିଥିଲେ ରାସ୍ତା ଅବରୋଧ।

ବୁଧବାର ସରରର ପେଟ୍ରୋଲ ପମ୍ପଗୁଡିକ ଖୋଲା ରହିଥିଲା। ଗାଡି ମଟର ଚଳାଚଳ ଉପରେ ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିଲା। କିନ୍ତୁ ଭାରୀଯାନ ଓ ବସ ଚଳାଚଳ ବନ୍ଦ ରହିଥିଲା ବେଳେ ମୋଟର ସାଇକଲ, କାର ଯାତାୟାତ ଉପରେ କୌଣସି କଟକଣା ନଥିବା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button