ଶିକାରୀ ଗୁଳିରେ ବନରକ୍ଷୀଙ୍କ ମୃତ୍ୟୁ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ବନରକ୍ଷୀ ବିମଳ କୁମାର ଜେନାଙ୍କ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିବାବେଳେ ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ୍‌ ଚାଲିଛି।

ଖବର ଅନୁଯାୟୀ ଶିମିଳିପାଳ ଉତ୍ତର ଡିଭିଜନ୍‌ର ଶେଷ ଓ ଦକ୍ଷିଣା ଡିଭିଜନ୍‌ର ଆରମ୍ଭରେ ଥିବା ବାଉଁଶଖାଲ ବିଟ୍‌ ହାଉସ୍‌ ପାଖରେ କିଛି ଶିକାରୀ ମାରଣାସ୍ତ୍ର ସହ ବୁଲୁଥିବା ବନ ବିଭାଗକୁ ଖବର ମିଳିଥିଲା। ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ। ହେଲେ ସନ୍ଧ୍ୟା ହୋଇଯାଇ ଥିବାରୁ ଅନ୍ଧାରର ସୁଯୋଗ ନେଇ ଶିକାରୀମାନେ ଗଛ ଆଢ଼ୁଆଳରୁ ବନ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାର ଜବାବ ଦେଇଥିଲେ ବନ କର୍ମଚାରୀ। କିନ୍ତୁ ଗୁଳି ବିନିମୟ ସମୟରେ ବନରକ୍ଷୀ ବିମଳଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ସାଥୀ କର୍ମଚାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖବର ଦେବାରୁ ବନ ବିଭାଗର ସ୍ଵତନ୍ତ୍ର ଟିମ୍‌ ଜଙ୍ଗଲ ଭିତରକୁ ଯାଇଛି। ବିଳମ୍ବିତ ରାତି ଯାଏ ମୃତଦେହ ଉଦ୍ଧାର ହୋଇପାରିନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button