ପୂର୍ବଶତ୍ରୁତାରୁ ଦୁଇ ଭାଇଙ୍କୁ ଖଣ୍ଡାରେ ହାଣିଲେ

ଖୋର୍ଦ୍ଧା : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ରାଜସୁନାଖଳା କୁମ୍ଭାରୀ ଛକରେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ରବିବାର ରାଜସୁନାଖଳା କୁମ୍ଭାରୀ ଛକରେ ଦୁଇ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ ହେବାରୁ ସେମାନେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ରାଜସୁନାଖଳ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବୋଲଗଡ଼ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button