ବିଶ୍ଵ ପାଣିପାଗ ସଂଗଠନର ଉପ-ସଭାପତି ହେଲେ ଡ. ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ଵ ପାଣିପାଗ ସଂଗଠନର ୩ୟ ଉପ-ସଭାପତି ନିର୍ବାଚିତ ହୋଇଛନ୍ତି। ସେ ୧୪୮ଟି ଭୋଟରୁ ୧୧୩ଟି ଭୋଟ ପାଇଛନ୍ତି। ସେହିପରି ଆୟର୍ଲାଣ୍ଡର ପାଣିପାଗ ବିଭାଗ ନିର୍ଦ୍ଦେଶକ ଇଅନ୍ ମୋରାନ ବିଶ୍ଵ ପାଣିପାଗ ସଂଗଠନର ୨ୟ ସଭାପତି ଓ ଆଫ୍ରିକୀୟ ଦେଶ ଆଇଭରି କୋଷ୍ଟର ପାଣିପାଗ ବିଭାଗ ମୁଖ୍ୟ ଡାଉଡା କୋନାଟେ ପ୍ରଥମ ଉପସଭାପତି ନିର୍ବାଚିତ ହୋଇଛନ୍ତି ।

ଅନ୍ୟପକ୍ଷରେ ଆର୍ଜେଣ୍ଟିନାର ପ୍ରଫେସର ସେଲେଷ୍ଟୋ ସାଉଲୋ ବିଶ୍ଵ ପାଣିପାଗ ସଂଗଠନର ପ୍ରଥମ ମହିଳା ମହାସଚିବ ନିର୍ବାଚିତ ହୋଇଛନ୍ତି। ୟୁନାଇଟେଡ୍ ଆରବ ଏମିରେଟ୍ସର ପାଣିପାଗ ବିଭାଗ ମୁଖ୍ୟ ଡ. ଅବଦୁଲ୍ଲା ମାଣ୍ଡୋସ୍ ଆସନ୍ତା ୪ ବର୍ଷ ପାଇଁ ସଂଗଠନର ସଭାପତି ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button