Fri. Nov 15th, 2019

କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ୫ଟି ସିନେମା ହଲ୍‌କୁ ନୋଟିସ୍

ଭୁବନେଶ୍ୱର: କମିଶନରେଟ ପୁଲିସ ଭୁବନେଶ୍ୱର ଓ କଟକର ୫ଟି ସିନେମା ହଲ୍‌ର ସ୍କ୍ରିନିଂ ବନ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏହି ହଲ୍‌ଗୁଡ଼ିକ ହେଲା ଭୁବନେଶ୍ୱରର ସ୍ୱାତି, ସ୍ତୁତି, ମହାରାଜ, କେଶରୀ ଓ କଟକର ବୃନ୍ଦାବନ ସିନେମାହଲ୍। ଏହି ହଲ୍‌ଗୁଡ଼ିକର ଫାୟାର ଏନ.ଓ.ସି ନଥିବାରୁ ଲାଇସେନ୍ସ ନବୀକରଣ ହୋଇପାରିନାହିଁ। ତେଣୁ ଲାଇସେନ୍ସ ନଥାଇ ସେମାନେ ପ୍ରେକ୍ଷାଳୟରେ ଫିଲ୍ମ ସ୍କ୍ରିନିଂ ଜାରି ରଖିଥିବାରୁ ନୋଟିସ ଦିଆଯାଇଛି। ସୂଚନାଯୋଗ୍ୟ ଯେ ୨୦୧୯ ଫେବୃୟାରୀ ମାସରେ ହାଇକୋର୍ଟ ୮ ସପ୍ତାହ ଭିତରେ ଫାୟାର ସେଫ୍‌ଟି ସାର୍ଟିଫିକେଟ୍ ଗ୍ରହଣ କରିବାକୁ ଉକ୍ତ ହଲଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ଅତିବାହିତ ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *