ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫେକ୍ ଭିଡିଓ ଭାଇରାଲ
ମୁମ୍ବାଇ : ଅଭିନେତ୍ରୀ ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ୍ ଓ କାଜୋଲଙ୍କ ପରେ ଆଲିଆ ଭଟ୍ଟଙ୍କ ଫଟୋ ଓ ଭିଡିଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହୋଇଛି। ଯାହା ଏବେ ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଖବର ଅନୁଯାୟୀ ଭାଇରାଲ ଡିପ୍ଫେକ୍ ଭିଡିଓରେ ଆଳିଆ ଅଶ୍ଲୀଳ ଈଶାରା କରୁଥିବା ଦେଖାଯାଇଛି। ସେ ଏକ ଛିଟ ସ୍ଲିଭଲେସ୍ ଫ୍ରକ୍ ପିନ୍ଧି ଅଶ୍ଳୀଳ ଅଙ୍ଗଭଙ୍ଗୀ କରୁଛନ୍ତି। ଏହା ପୂର୍ବରୁ ରଶ୍ମିକା ଲିପ୍ଟ ଭିତରକୁ ପଶୁଥିବା, କଟ୍ରିନାଙ୍କ ଟାଇଗର-୩ରେ ଥିବା ଦୃଶ୍ୟର ଓ କାଜୋଲଙ୍କର ପୋଷାକ କାଢ଼ୁଥିବାର ଫେକ୍ ଭିଡିଓ ଭାଇରାଲ ହୋଇଥିଲା।
ଅନ୍ୟପକ୍ଷରେ ଡିପଫେକ୍ ଭିଡିଓକୁ ନେଇ କେନ୍ଦ୍ର ସରକାର କହିଥିଲେ ଏଭଳି ଭିଡିଓ ପୋଷ୍ଟ କଲେ ଦୋଷୀକୁ ୧ଲକ୍ଷ ଟଙ୍କା ଜରିମାନା ଓ ତିନିବର୍ଷ ଜେଲ ଦଣ୍ଡ ଦିଆଯିବ। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ ଶୀଘ୍ର ଜଣେ ଅଧିକାରୀଙ୍କୁ ନିଯୁକ୍ତ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବେଗ ପ୍ରକାଶ କରିବା ସହିତ ସେ ନିଜେ ଏହାର ଶିକାର ହୋଇଥିଲେ। ସେ ଗରବା କରୁଥିବାର ଫେକ୍ ଭିଡିଓ ଭାଇରାଲ ହୋଇଥିଲା।