ନାବାଳକକୁ ମାରିବା ପରେ ଗାଈକୁ ବାଘ ଖାଇଗଲା
ନୂଆପଡ଼ା : ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ସୃଷ୍ଟି କରିଛି। ଗତକାଲି ଜଣେ ନାବାଳକକୁ ମାରିବା ପରେ ଆଜି ସକାଳେ ଏକ ଗାଈକୁ ଖାଇଯାଇଛି।
ଖବର ଅନୁଯାୟୀ ଗାଈର ମାଲିକ ଅର୍ଜୁନ ଧୁରୁଆ। ସେ ରାତିରେ ଗାଈକୁ ଗୁହାଳରେ ବାନ୍ଧିଥିଲେ। ହେଲେ ସକାଳେ ଗାଈର ଅଧା ମୃତଦେହ ଘର ପାଖରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗ୍ରାମରେ ଘଟିଥିବା ଜଣାପଡିଛି।