ସ୍କୁଲ ଖୋଲିବାର ପ୍ରଥମ ଦିନରେ ୩୨ ଶିକ୍ଷାର୍ଥୀ କରୋନା ଆକ୍ରାନ୍ତ
ଶ୍ରୀନଗର : ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ଥାନାମଣ୍ଡି ଅଞ୍ଚଳର ଗୋଟିଏ ଘରୋଇ ସ୍କୁଲ ଖୋଲିବାର ପ୍ରଥମ ଦିନରେ ୩୨ ଜଣ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।
ଶିକ୍ଷାର୍ଥୀମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇ ଶିକ୍ଷାନୁଷ୍ଠାନକୁ ସାନିଟାଇଜ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପ୍ରଶାସନ ଅନୁଷ୍ଠାନକୁ ବନ୍ଦ ଘୋଷଣା କରିଥିବା ରଜୌରୀର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ପିଲାମାନଙ୍କୁ କରୋନା କେୟାର ୟୁନିଟକୁ ସ୍ଥାନନ୍ତର କରାଯାଇଥିବା ବେଳେ ପିଲାମାନେ ରହୁଥିବା ଗାଁ ଗୁଡ଼ିକରେ ଟେଷ୍ଟିଂ ଆରମ୍ଭ ହୋଇଛି। ଗୋଷ୍ଠୀ ସଂକ୍ରମଣ ଯେମିତି ନ ହେବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।